1 Chronicles 1

ଆଦମଙ୍କଠାରୁ ଅବ୍ରହାମ

1ଆଦମ, ଶେଥ, ଈନୋଶ; 2କୟିନାନ, ମହଲଲେଲ, ଯେରଦ; 3ହନୋକ, ମଥୂଶେଲହ, ଲେମକ; 4ନୋହ, ଶେମ, ହାମ ଓ ଯେଫତ୍‍।

5ଯେଫତ୍‍ର ସନ୍ତାନ ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍ ଥିଲେ। 6ପୁଣି, ଗୋମରର ସନ୍ତାନ ଅସ୍କିନସ୍‍, ଦୀଫତ୍‍ ଓ ତୋଗର୍ମା ଥିଲେ। 7ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ୍‍, କିତ୍ତୀମ ଓ ରୋଦାନିମ୍‍ ଥିଲେ।

8ହାମର ସନ୍ତାନ କୂଶ, ମିସର, ପୂଟ୍‍ ଓ କିଣାନ ଥିଲେ। 9ପୁଣି, କୂଶର ସନ୍ତାନ ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଥିଲେ। ରୟମାର ସନ୍ତାନ ଶିବା ଓ ଦଦାନ। 10ଆଉ, କୂଶ ନିମ୍ରୋଦ୍‍କୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା।

11ମିସର ଲୁଦୀୟ, ଅନାମୀୟ, ଲହାବୀୟ, ନପ୍ତୂହୀୟ, 12ପଥ୍ରୋଷୀୟ, ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍‍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା।

13ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍‍କୁ ଜାତ କଲା; 14ପୁଣି, ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ, 15ହିବ୍ବୀୟ, ଅର୍କୀୟ, ସିନୀୟ, 16ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା।

17ଶେମର ସନ୍ତାନଗଣ; ଏଲମ୍‍, ଅଶୂର, ଅର୍ଫକ୍‍ଷଦ, ଲୁଦ୍‍, ଅରାମ, ଊଷ୍‍, ହୂଲ, ଗେଥର ଓ ମେଶକ୍‍। 18ପୁଣି, ଅର୍ଫକ୍‍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା। 19ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍‍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍‍।

20ପୁଣି, ଯକ୍ତନ୍‍ ଅଲ୍‍ମୋଦଦ, ଶେଲଫ୍‍, ହତ୍‍ସର୍ମାବତ୍‍, ଯେରହ, 21ହଦୋରାମ, ଊଷଲ, ଦିକ୍ଲା, 22ଓବଲ, ଅବୀମାୟେଲ୍, ଶିବା, 23ଓଫୀର, ହବୀଲା ଓ ଯୋବବ୍‍କୁ ଜାତ କଲା। ଏମାନେ ଯକ୍ତନ୍‍ର ସନ୍ତାନ।

24ଶେମ, ଅର୍ଫକ୍‍ଷଦ, ଶେଲହ; 25ଏବର, ପେଲଗ୍‍, ରୀୟୂ; 26ସରୁଗ, ନାହୋର, ତେରହ 27ଅବ୍ରାମ‍, ଅର୍ଥାତ୍‍ ଅବ୍ରହାମ।

28ଅବ୍ରହାମଙ୍କର ପୁତ୍ର ଇସ୍‍ହାକ ଓ ଇଶ୍ମାୟେଲ। 29ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମ ଜାତ ନବାୟୋତ୍‍; ତହିଁ ଉତ୍ତାରେ କେଦାର, ଅଦ୍‍ବେଲ, ମିବ୍‍ସମ୍‍, ମିଶ୍‍ମା ଓ ଦୂମା, ମସା; 30ହଦଦ୍‍ ଓ ତେମା, ଯିଟୁର, ନାଫୀଶ୍‍ ଓ କେଦମା; 31ଏମାନେ ଇଶ୍ମାୟେଲର ସନ୍ତାନ ଥିଲେ।

32ଅବ୍ରହାମଙ୍କର ଉପପତ୍ନୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍‍, ଯକ୍‍ଷନ୍‍, ମଦାନ୍‍, ମିଦୀୟନ, ଯିଶ୍‍ବକ ଓ ଶୂହକୁ ଜାତ କଲା। ଆଉ ଯକ୍‍ଷନ୍‍ର ସନ୍ତାନ ଶିବା ଓ ଦଦାନ। 33ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।

34ପୁଣି, ଅବ୍ରହାମ ଇସ୍‍ହାକକୁ ଜାତ କଲେ। ସେହି ଇସ୍‍ହାକର ପୁତ୍ର ଏଷୌ ଓ ଇସ୍ରାଏଲ। 35ଏଷୌର ସନ୍ତାନ ଇଲୀଫସ୍‍, ରୁୟେଲ ଓ ଯିୟୂଶ୍‍ ଓ ଯାଲମ୍‍ ଓ କୋରହ। 36ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍, ସଫୀ ଓ ଗୟିତମ୍‍, କନସ୍‍ ଓ ତିମ୍ନା ଓ ଅମାଲେକ। 37ରୁୟେଲର ସନ୍ତାନ ନହତ୍‍, ସେରହ, ଶମ୍ମ ଓ ମିସା।

38ଆଉ ସେୟୀରର ସନ୍ତାନ ଲୋଟନ୍‍, ଶୋବଲ୍‍, ସିବୀୟୋନ୍‍, ଅନା, ଦିଶୋନ୍‍, ଏତ୍ସର ଓ ଦୀଶନ୍‍। 39ଲୋଟନ୍‍ର ସନ୍ତାନ ହୋରି, ହୋମମ୍‍ ଓ ତିମ୍ନା ଲୋଟନ୍‍ର ଭଗିନୀ ଥିଲା। 40ଶୋବଲ୍‍ର ସନ୍ତାନ ଅଲୀୟନ୍‍, ମାନହତ୍‍, ଏବଲ୍‍, ଶଫୀ ଓ ଓନମ୍‍। ଆଉ ସିବୀୟୋନ୍‍ର ପୁତ୍ର ଅୟା ଓ ଅନା।

41ଅନାର ପୁତ୍ର ଦିଶୋନ୍‍। ଆଉ ଦିଶୋନ୍‍ର ପୁତ୍ର ହମ୍ରଣ, ଇଶବନ୍‍, ଯିତ୍ରନ୍‍ ଓ କରାଣ। 42ଏତ୍ସରର ପୁତ୍ର ବିଲ୍‍ହନ୍‍ ଓ ସାବନ୍‍, ଯାକନ୍‍। ଦୀଶନ୍‍ର ପୁତ୍ର ଊଷ୍‍ ଓ ଅରାନ୍‍।

43ଇସ୍ରାଏଲ ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ୱ କରିଥିଲେ; ବିୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍‍ହାବା ଥିଲା। 44ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ତାଙ୍କର ପଦରେ ରାଜ୍ୟ କଲେ। 45ଆଉ ଯୋବବ୍‍ ମରନ୍ତେ, ତୈମନ୍‍ ଦେଶୀୟ ହୂଶମ୍‍ ତାଙ୍କର ପଦରେ ରାଜ୍ୟ କଲେ।

46ପୁଣି, ହୂଶମ୍‍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍‍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍‍ ଥିଲା। 47ଆଉ ହଦଦ୍‍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ। 48ପୁଣି, ସମ୍ଳ ମରନ୍ତେ, (ଫରାତ୍‍) ନଦୀ ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ।

49ପୁଣି, ଶୌଲ ମଲା ଉତ୍ତାରେ ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ ତାଙ୍କର ପଦରେ ରାଜ୍ୟ କଲେ। 50ଆଉ ବାଲ୍‍ହାନନ୍‍ ମରନ୍ତେ, ହଦଦ୍‍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ।

51ଏଥିଉତ୍ତାରେ ହଦଦ୍‍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା
1:51 ଅଲୀୟା କିମ୍ବା ଅଳ୍‍ବା
, ରାଜା ଯିଥେତ୍‍,
52ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍‍; 53ରାଜା କନସ୍‍, ରାଜା ତୈମନ୍‍, ରାଜା ମିବ୍‍ସର୍‍; ରାଜା ମଗ୍‍ଦୀୟେଲ, ରାଜା ଈରମ୍‍। ଏମାନେ ଇଦୋମର ରାଜା ଥିଲେ।

54

Copyright information for OriULB